Translate

Powered By Blogger

Tuesday, July 13, 2021

Being a Common Man, Why Blogging ?



I am an Indian farmer.  In 2008, when I was working for Vedanta Plc, I started writing for Blogger.  Later, various excuses stopped me for 13 years.  In the  meantime, my son is turning 12 and I have stopped  working for companies, and now I am farming. 

I still ask myself, why am I writing?  Who will read me?  Who does know me?  Besides, who reads Blogs in the YouTube age of these days?  Yet, my Passion and Emotion are provoking me to write something about myself.  On this Indian soil, within the Indian social system, and in a typical Indian poor family,  whatever I have been learning, taking part in, and feeling for the last 50 years; that simply and clearly I intend to express here.


This is not my autobiography.  Celebrities write autobiographies or some other people write biographies for them.  It is a tradition of our society to inspire ourselves by reading the biographies of celebrities.  No one can give an account of how many people are truly inspired or in other words, how many celebrities have read the biographies of others to become so.


I have never been or will ever be an important person. Millions of common people like me live around. But very few of them  convey or write about themselves, about their mental state, their desires, their commitment, their capabilities, their weaknesses, and their difficult situations.  That’s what I’ll continue to write something very clear and honest in the following pages. I am going to make it clear through Blogger the unspoken words of a common  man living in India about his life, struggle, attainment and experiences.


The only noble goal  - Change.  Change in the mindset of our people, change in lifestyle and above all change in our social system.


-----------------------------------------------------------------------------------


 ବ୍ଲଗିଂ କାହିଁକି ?


ମୁଁ ଜଣେ ଭାରତୀୟ କୃଷକ । ୨୦୦୮ ରେ ମୁଁ ବେଦାନ୍ତ କଂପାନୀରେ ଚାକିରୀ  କରୁଥିବା ସମୟରେ Bloggerରେ କିଛି  ଲେଖିବାକୁ ଆରମ୍ଭ କରିଥିଲି । ପରେ ବିଭିନ୍ନ ବାହାନା ମୋତେ ୧୩ ବର୍ଷ ଅଟକାଇଦେଲା । ଏଥି ଭିତରେ ମୋ ପୁଅକୁ  ୧୨ ବର୍ଷ ପୁରିବାକୁ ଯାଉଛି ଓ ମୁଁ ବିଭିନ୍ନ କଂପାନୀରୁ ଚାକିରୀ ଛାଡି,  ଶେଷରେ ଏବେ ଚାଷ କରୁଛି ।

 

ଏବେବି ମୁଁ ନିଜକୁ ପଚାରୁଛି, ମୁଁ କାହିଁକି ଲେଖୁଛି ? ମୋତେ ପଢ଼ିବ କିଏ ? ମୋତେ ଚିହ୍ନିଛି କିଏ ? ତା' ଛଡା, ଆଜିକାଲି YouTube ଯୁଗରେ Blog ପଢ଼ୁଛି କିଏ ?  ତଥାପି ମୋ'ର Passion ଓ Emotion ମୋତେ କିଛିଟା ମୋ ନିଜ ଉପରେ ଲେଖିବାକୁ ଉସକାଉଛି । ଏଇ ଭାରତ ମାଟିରେ, ଭାରତୀୟ ସାମାଜିକ ବ୍ୟବସ୍ଥା ଭିତରେ ଓ ଗୋଟିଏ ଗରିବ ପରିବାରରେ ଦୀର୍ଘ ୫୦ ବର୍ଷ ଧରି ମୁଁ ଯାହାକିଛି ଶିଖୁଛି, ଅଙ୍ଗେ ନିଭାଉଛି ଓ ଅନୁଭବ କରୁଛି, ତାକୁ ହିଁ ଅତି ସରଳ ଓ ସ୍ପଷ୍ଟ ଭାଷାରେ ଲେଖିବାକୁ ଯାଉଛି । 


ଏହା ମୋ'ର ଆତ୍ମଜୀବନି ନୁହେଁ । ବିଶିଷ୍ଟ ବ୍ୟକ୍ତି ମାନେ ଆତ୍ମଜୀବନି ଲେଖନ୍ତି ବା ସେମାନଙ୍କ ଜୀବନି ଅନ୍ୟ କେହି ଲେଖନ୍ତି । ବିଶିଷ୍ଟ ବ୍ୟକ୍ତି ମାନଙ୍କ ଜୀବନି ପଢ଼ି ନିଜକୁ ଅନୁପ୍ରାଣିତ କରିବା ଆମ ସମାଜର  ଏକ ପ୍ରଥା । କେତେଜଣ ପ୍ରକୃତରେ ଅନୁପ୍ରାଣିତ ହୁଅନ୍ତି ବା ଅନ୍ୟ ପ୍ରକାରେ କହିଲେ କେତେଜଣ ବିଶିଷ୍ଟ ବ୍ୟକ୍ତି ଅନ୍ୟର ଜୀବନି ପଢ଼ି ବିଶିଷ୍ଟ ହୋଇଛନ୍ତି, ଏହାର ହିସାବ କେହି ଦେଇପାରିବେ ନାହିଁ ।


ମୁଁ କେବେବି କୌଣସି ବିଶିଷ୍ଟ ବ୍ୟକ୍ତି ନ ଥିଲି କିମ୍ବା ହୋଇପାରିବି ନାହିଁ । ମୋ ଭଳି ଏଠାରେ କୋଟି କୋଟି ସାଧାରଣ ଲୋକ ଜୀବନ ଜୀଉଁଛନ୍ତି ।  କିନ୍ତୁ ନିଜ ବିଷୟରେ, ନିଜର ମାନସିକ ସ୍ଥିତି, ଇଚ୍ଛା, ପ୍ରତିବଦ୍ଧତା,  ସାମର୍ଥ୍ୟ,  ଦୂର୍ବଳତା ଓ କଠୋର ପରିସ୍ଥିତି ବିଷୟରେ ଖୁବ୍ କମ୍ ସାଧାରଣ ଲୋକ ଅନ୍ୟକୁ ଜଣାନ୍ତି ବା ଲିପିବଦ୍ଧ କରନ୍ତି । ତାକୁହିଁ ମୁଁ ପରବର୍ତ୍ତୀ ପୃଷ୍ଠା ମାନଙ୍କରେ ଅତି ସଚ୍ଚୋଟ ଭାବରେ ଲେଖି ଚାଲିବି । ନିଜର ଜୀବନ, ସଂଘର୍ଷ, ପ୍ରାପ୍ତି ଓ ଅନୁଭୂତିକୁ ନେଇ ଭାରତରେ ବାସ କରୁଥିବା ଜଣେ ସାଧାରଣ ମଣିଷର ଅକୁହା କଥା ଗୁଡ଼ିକୁ Blogger ମାଧ୍ୟମରେ ସ୍ପଷ୍ଟ ଭାବରେ ମୁଁ କହିବାକୁ ଯାଉଛି ।


ଏକ ମାତ୍ର ମହତ୍ ଉଦ୍ଦେଶ୍ୟ -   ପରିବର୍ତ୍ତନ । ଆମ ଲୋକଙ୍କ ମାନସିକତାରେ ପରିବର୍ତ୍ତନ, ଜୀବନ ଶୈଳୀରେ ପରିବର୍ତ୍ତନ ଓ ସର୍ବୋପରି ଆମ ସାମାଜିକ ବ୍ୟବସ୍ଥାରେ ପରିବର୍ତ୍ତନ ।